ଯୋଗ ସଂସ୍ଥାନ ଓ ବିକାଶ ପରିଷଦ ପକ୍ଷରୁ ଯୋଗ ଦିବସ

You are currently viewing ଯୋଗ ସଂସ୍ଥାନ ଓ ବିକାଶ ପରିଷଦ ପକ୍ଷରୁ ଯୋଗ ଦିବସ

 

ଅନୁଗୁଳ: ଭାରତୀୟ ଯୋଗ ସଂସ୍ଥାନ ଓ ଭାରତ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସରସ୍ଵତୀ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି।

ଯୋଗ ଦିବସକୁ ପରିଷଦର ସଭାପତି ଶାନ୍ତନୁ କୁମାର ସର ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଶ୍ରୀ ସର ନିଜ ଅଭିଭାଷଣରେ ଯୋଗ ଶରୀର ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ରଖିଥାଏ ବୋଲି ପ୍ରକାଶ କରିଥିଲେ।ସଂସ୍ଥାନର ବରିଷ୍ଠ ସଦସ୍ୟ ନିରଞ୍ଜନ ପଣ୍ଡା ଯୋଗର ବୈଜ୍ଞାନିକ ତତ୍ତ୍ଵ ଓ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପରିଷଦର ସଂଗଠନ ସମ୍ପାଦକ ଡ଼ା ସିଦ୍ଧନାଥ ସାହୁ ଯୋଗ ମଣିଷକୁ ଅନ୍ତର୍ମୁଖୀ କରେ ବୋଲି କହିଥିଲେ। ସଂସ୍ଥାନର କ୍ଷେତ୍ର ପ୍ରମୁଖ ସଂଯୁକ୍ତା ପାଲ ସମସ୍ତ ଆମନ୍ତ୍ରିତ ବ୍ୟକ୍ତିଙ୍କୁ ଯୋଗାଭ୍ୟାସ କରାଇଥିଲେ । ପୁଷ୍ପଲତା ସାହୁ ମଞ୍ଚ ପରିଚାଳନା କରିଥିଲେ।

ପରିଷଦର ପୃଷ୍ଠପୋଷକ ବଜରଙ୍ଗ ଅଗ୍ରୱାଲ,ମନ୍ମଥ ଦାସ,ବିଜୟ ସାହୁ ପ୍ରମୁଖ ସମାରୋହ ପରିଚାଳନା ରେ ସହାୟତା କରିଥିଲେ ଶେଷରେ ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ ।

Share

Leave a Reply