ଅନୁଗୁଳ: ଆଜି ଲିଟିଲ୍ ହାର୍ଟସ୍ ଟଡଲରସ ଏକାଡେମୀ କୁଇଓ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହକୁ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଦୀପ୍ତି ଯୋଶୀ ଉଦଘାଟନ କରିବା ଶହ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ଯୋଗ ପ୍ରଶିକ୍ଷକ ଗୋବିନ୍ଦ ମଣ୍ଡଳ ଓ ଟିଆ ଦେ ବିଭିନ୍ନ ଯୋଗାସନ ଓ ପ୍ରାଣାୟମ ପିଲାମାନଙ୍କୁ ଶିକ୍ଷା ଦେବା ସହ ପ୍ରତି ଆସନର ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ଓ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସ୍କୁଲର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡା ଓ ଉପାଧ୍ୟକ୍ଷ ଅଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ରୂପାଲି ସିହ୍ନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଲିଟିଲ୍ ହାର୍ଟସ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ
- Post published:June 21, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul