ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

You are currently viewing ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

ଅନୁଗୁଳ: ନିକଟରେ ତାଳଚେର ବ୍ଲକ୍‌ ଟେଣ୍ଟୁଲେଇ ଗାଁ ର ଆଶା କର୍ମୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ବ୍ୟବହାର କରାଯାଇଥିବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଏଡିଏମ୍‌ଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ୱାଳଙ୍କ‌ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି।‌ ଅଭିଯୋଗକାରୀ, ଅଭିଯୋଗ ଆସିଥିବା ଡାକ୍ତର,ହେଲ୍ପଡେସ୍କ କର୍ମଚାରୀ ତଥା ଘଟଣା ସମୟରେ ଉପସ୍ଥିତ ରୋଗୀ ଏବଂ ଅନ୍ୟାନ୍ୟ ସାକ୍ଷୀ ମାନଙ୍କୁ ଜେରା ଜରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯିବ।ଏହାପରେ ଦୋଷୀ ନିର୍ଣ୍ଣୟ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଏଡିଏମଓ ଡ଼ା ବିଶ୍ୱାଳ । ଏଠାରେ ପ୍ରକାଶ ଯେ ସମ୍ପୃକ୍ତ ଆଶା ଜଣେ ଗର୍ଭବତୀ ମହିଳାଙ୍କୁଙ୍କୁ ଧରି ଏମ୍‌ସିଏଚ ଯାଇଥିବା ବେଳେ ତାଙ୍କୁ ସେଠାରେ କାର୍ଯ୍ୟରତ ଡାକ୍ତର,ହେଲ୍ପ ଡେସ୍କ କର୍ମଚାରୀ‌ ଗୋଟେ ରୁମ ଭିତରେ ପୁରାଇ ପାଟିତୁଣ୍ଡ‌ କରିବା ସହ ଦୁର୍ବ୍ୟବହାର କରା ଯାଇଥିବା ସିଡିଏମ୍‌ଓଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

Share

Leave a Reply