ଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ସାଙ୍ଗଠନିକ ବୈଠକ ଆୟୋଜିତ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ

You are currently viewing ଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ସାଙ୍ଗଠନିକ ବୈଠକ ଆୟୋଜିତ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଜା)ର ଏକ ସାଙ୍ଗଠନିକ ବୈଠକ ଶୁକ୍ରବାର କୁରୁଡୋଲ ଗ୍ରାମ ହନୁମାନ ବାଟିକାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଯେ ) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ (ଜା)ର ସଭାପତି ବିରଜା ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ କିପରି ସଂଘକୁ ମଜବୁତ କରାଯାଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ସମଧାନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସଂଘର ସାଧାରଣ ସମ୍ପାଦକ ମନୋରଞ୍ଜନ ପାଣି ଆଗାମୀ ଦିନରେ ସଂଗଠନକୁ ମଜଭୁତ କରିବାକୁ ଗ୍ରାମାଞ୍ଚଳ ସାମ୍ବାଦିକଙ୍କୁ ସାମିଲ କରି ପ୍ରତି ମାସରେ ବ୍ଲକ ସ୍ତରରେ ବୈଠକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସର୍ବ ସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହେବାପରେ ସଂଘକୁ ସରକାରୀ ପଞ୍ଜୀକୃତ କରିବା, ପ୍ରତି ବ୍ଲକରେ ମାସିକ ବୈଠକ କରିବା, ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ସରକାରଙ୍କ ପାଖରେ ଦାବି କରିବା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନ ସାଧାରଣଙ୍କ ନିକଟତର ହେବା ବିଷୟରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ସାମ୍ବାଦିକ ହିମାଂଶୁ ଶେଖର ଗଡ଼ନାୟକ, ରବୀନ୍ଦ୍ର କୁମାର ମହାରଣା, ରବୀନ୍ଦ୍ର ସେଠ, ସାୟଦ୍ ଯୁଲଫିକର ହୁସେନ, ପ୍ରତାପ ବିଶ୍ବାଳ, ଶୁସୁଷ୍ରି ପାତ୍ର, ଦିଲ୍ଲୀପ କୁମାର ଚୋପଦାର, ଦିନେଶ କୁମାର ସାହୁ, ବନମାଳୀ ନାଏକ, ସୁଜିତ ବେହେରା, ଦୀପ୍ତି ରଞ୍ଜନ ସାହୁ, ବାପୁଜୀ ସାମଲ, ମାନସ ମହାନ୍ତି, ମଣ୍ଟୁ ଗଡ଼ନାୟକ, ଅନୁରାଗ ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ବହୁ ସଂଖ୍ୟାରେ ସାମ୍ବାଦିକ ଯୋଗ ଦେଇଥିଲେ।

Share

Leave a Reply