ଯାହାକୁ ରଖିବେ ଅନନ୍ତ… ହାଇୱା ଧକ୍କାରେ ୩୦ ଫୁଟ ଉଚ୍ଚ ରେଲୱେ ବ୍ରିଜରୁ ପଡ଼ି ମଧ୍ୟ ଜୀବିତ ଅଛନ୍ତି ସ୍କୁଟି ଚାଳକ

You are currently viewing ଯାହାକୁ ରଖିବେ ଅନନ୍ତ… ହାଇୱା ଧକ୍କାରେ ୩୦ ଫୁଟ ଉଚ୍ଚ ରେଲୱେ ବ୍ରିଜରୁ ପଡ଼ି ମଧ୍ୟ ଜୀବିତ ଅଛନ୍ତି ସ୍କୁଟି ଚାଳକ

ଅନୁଗୁଳ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଆଜି ଅନୁଗୁଳ ଜିଲ୍ଲାର ଏହି କଥା ସତ ପ୍ରମାଣିତ ହୋଇଛି। ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ ଉପରେ ଏକ ହାଇୱା (OD35C6077) ଧକ୍କା ଦେବା ପରେ ବି ସ୍କୁଟି (OD19S8827) ଚାଳକ ବଞ୍ଚିଯାଇଛନ୍ତି। ତେବେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର୍ ହୋଇଯାଇଛନ୍ତି। ସ୍କୁଟି ଚାଳକ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତର ଶିବରାମ ବରାଳଙ୍କ ପୁଅ ଗୋପୀନାଥ ବରାଳ।

ସୂଚନା ମୁତାବକ, ଗୋପୀନାଥ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାର ଏସ ଜି ପି (SGP) ଠିକା ସଂସ୍ଥାରେ କାମ କରନ୍ତି। ଆଜି ସେ ଏକ ସାଙ୍ଗକୁ ଛାଡ଼ିବାକୁ କାରଖାନାକୁ ଯାଇ ଫେରୁଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ପ୍ରାୟ ତିରିଶ ଫୁଟ ଉଚ୍ଚରୁ ଖସି ନାଲକୋ ଟ୍ରେନ୍ ଲାଇନ ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଥାନା ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବଅଁରପାଳ ପୋଲିସ ପହଞ୍ଚି ଗୋପୀନାଥଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା। ପୋଲିସ ଦୁଇଟି ଯାକ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply