ଲକ୍ଷ୍ମୀପୂଜାରେ ଏଡିସିସିଆଇ ପକ୍ଷରୁ ଜଳଛତ୍ର

You are currently viewing ଲକ୍ଷ୍ମୀପୂଜାରେ ଏଡିସିସିଆଇ ପକ୍ଷରୁ ଜଳଛତ୍ର

 

ଅନୁଗୁଳ: ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ ଲକ୍ଷ୍ମୀ ବଜାର ଠାରେ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି। ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ନନ୍ଦ ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ।

ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ ସହରକୁ ଦୈନନ୍ଦିନ ପ୍ରାୟ ସତୁରି ରୁ ଅଶି ହଜାର ଭକ୍ତ ଆସିଥାନ୍ତି। ସେମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଏଡିସିସିଆଇ ପକ୍ଷରୁ ଏହି ଜଳଛତ୍ରର ବ୍ୟବସ୍ଥା କରାଯାଇଅଛି। ପ୍ରତ୍ୟେକ ଦିନ ପ୍ରାୟ ଷାଠିଏ ରୁ ସତୁରି ଜାର ପାଣି ଭକ୍ତ ମାନଙ୍କୁ ବଣ୍ଟା ଯାଉଥିବା କମିଟି ପ୍ରକାଶ କରିଛି।

ଉଦଘାଟନୀ ସମାରୋହରେ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା,ସମ୍ପାଦକ ନୀଳାଞ୍ଚଳ ପ୍ରଧାନ,ବରିଷ୍ଠ ସଦସ୍ୟ ବିପିନ୍ ଅଗ୍ରୱାଲ, ଅଶୋକ ଜୈନ୍, ବଜରଙ୍ଗଲାଲ ମାଣ୍ଡୋଠିଆ, ଅଶୋକ ମୋଦି,କମଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply