ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

You are currently viewing ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ନୀଲାବାଡ଼ି ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ଯାତ୍ରା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି।
ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସମ୍ମାନିତ ଅତିଥି ଭାବେ ବନ୍ଧୁଗାଁ ବିଡ଼ିଓ ଆକାଶ କୁମାର ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ଯୋଗ ଦେଇଥିଲେ।
ଆସନ୍ତା ମାର୍ଚ୍ଚ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ନିଷ୍ପତ୍ତି ନେଇଛନ୍ତି।
ଏ ଅବସରରେ କମିଟି ସମ୍ପାଦକ ଜି. ରବି ପୂର୍ବ ବର୍ଷର ଆୟ ବ୍ୟୟ ଉପସ୍ଥାପନ କରିବା ସହ ହୁଣ୍ଡିରେ କେତେ ଟଙ୍କା ଆସିଥିଲା ସେ ନେଇ ସୂଚନା ଦେଇଥିଲେ।
ବୈଠକରେ ଚଳିତ ବର୍ଷର ଠାକୁରାଣୀଙ୍କ ଯାତ୍ରା ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ତା ପରେ ସମସ୍ତେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ୧୪ ତାରିଖ ଦିନ ପରବର୍ତ୍ତୀ ବୈଠକ ହେବ ବୋଲି ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ପ୍ରକାଶ କରିଛନ୍ତି।

Share

Leave a Reply