କୁଖ୍ୟାତ ମାଫିଆ ଜୟପ୍ରକାଶର ଟେର ପାଉନି ଅବକାରୀ ବିଭାଗ

You are currently viewing କୁଖ୍ୟାତ ମାଫିଆ ଜୟପ୍ରକାଶର ଟେର ପାଉନି ଅବକାରୀ ବିଭାଗ

ଅନୁଗୁଳ: କୁଖ୍ୟାତ ମଦ ମାଫିଆ ଜୟ ପ୍ରକାଶ ଗୁପ୍ତା ଅବକାରୀ ବିଭାଗ କୁ ଚକମା ଦେଇ ଫେରାର ହେବା ଘଟଣା ଇତି ମଧ୍ୟରେ ୧୫ଦିନ ରୁ ଅଧିକ ହେଲାଣି। କିନ୍ତୁ ଅବକାରୀ ବିଭାଗ ଆଜି ଯାଏ ଅନ୍ଧାରରେ ବାଡି ବୁଲାଉଚି। ଏକ୍ସାଇଜ୍ ଇଣ୍ଟେଲିଜେନସ୍ ଆଣ୍ଡ ଏନଫୋର୍ସମେଣ୍ଟ ବ୍ୟୁରୋ ମାମଲା
ରୁଜୁ କରି ତଦନ୍ତ ଚଳାଇ ଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ। ଅନୁଗୁଳ ରାଣୀଗୋଡ଼ା ନାୟକ ସାହି ନିକଟରେ ଏକ ଭଡ଼ା ଘରେ ଜୟପ୍ରକାଶ ଗତ ସାତ ବର୍ଷ ଧରି ନକଲି ମଦ କାରବାରରେ ଲାଗୁଥିବା ଲେବୁଲ୍, ଠିପି, ଅବକାରୀ ଆଦେସିଭ ବିପୁଳ ପରିମାଣରେ ଜମା ରଖିଥିବାବେଳେ ଅବକାରୀ ବିଭାଗ ସେସବୁକୁ ଜବତ କରିଥିଲା। କିନ୍ତୁ ଅବକାରୀ ବିଭାଗ ଘରେ ରେଡ କରିବା ଦୁଇ ଘଣ୍ଟା ପୂର୍ବରୁ ପିଲାଛୁଆ ଧରି ପଳାଇଥିଲା। ଏବେ ସେହିଘରକୁ ଅବକାରୀ ବିଭାଗ ପକ୍ଷରୁ ଜଗୁଆଳୀ ସୁରକ୍ଷା ବ୍ୟବସ୍ଥା ଭିତରେ ରଖା ଯାଇଛି।ଜଣେ ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ ଜୟପ୍ରକାଶ ଯଦି ଧରା ନପଡେ ତେବେ ଘର ମାଲିକ, ବସ ମାଲିକ, ବୁକିଂ ଏଜେଣ୍ଟ ଅଟୋ ଚାଳକ ଙ୍କୁ ଅଧିକ ଜେରା କରାଯାଇପାରେ,ଆବଶ୍ୟକ ହେଲେ ସେମାନଙ୍କ ନାଁ ରେ ମାମଲା ମଧ୍ୟ କରାଯିବ।

Share

Leave a Reply