ଅନୁଗୁଳ: ଝିମିଟି ଖେଳରୁ ମହାଭାରତ। ଅନ୍ୟାୟରେ ତାଙ୍କ ବିରୁଦ୍ଧରେ ସାଙ୍ଘାତିକ ଷଡ଼ଯନ୍ତ୍ର କରାଯାଇଛି । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୀବ ଏହି ଅଭିଯୋଗ ଆଣିଛନ୍ତି। ଜିଲ୍ଲାରେ ଅନେକ ପ୍ରକଳ୍ପର ଟେଣ୍ଡର ଜିଲ୍ଲାର କୌଣସି ଠିକାଦାରଙ୍କୁ ମିଳୁନି। ବରଂ ବ୍ରହ୍ମପୁରରୁ ଠିକାଦାର ଆଣି କାମ କରାଯାଉଛି। ସଞ୍ଜୀବ ଏ ନେଇ ଫେସ୍ବୁକ୍ରେ ଜିଲ୍ଲା ପ୍ରଶାସନ ବିରୋଧରେ ଏକାଧିକ ପୋଷ୍ଟ କରିଥିଲେ। ଭାରତୀୟ ନାଗରିକ ଭାବେ ମତପ୍ରକାଶ କରିବାର ଅଧିକାର ରହିଛି। ମାତ୍ର ଜିଲ୍ଲା ପ୍ରଶାସନ ତାଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି। ହୋଲିଂ ଟ୍ୟାକ୍ସ, ଲେବର ସାର୍ଟିଫିକେଟ୍ ଆଦିର କାଗଜପତ୍ର ଠିକ୍ ଜାଣିବା ପରେ ଜବରଦଖଲ ଆଳରେ ତାଙ୍କ ଦୋକାନ ଘର ଭାଙ୍ଗିଛି । ହୁଲୁରିସିଂହା ଛକରେ ଅନେକ ଜବରଦଖଲ ହୋଇଥିଲେ ହେଁ କେବଳ ତାଙ୍କ ଘରକୁ କାହିଁକି ଭଙ୍ଗାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତାଙ୍କୁ ମାରିବାକୁ ଧମକ ଦେବା ନେଇ ସେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ କୋର୍ଟରେ ମାମଲା କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଗଣମାଧ୍ୟମ ସାମ୍ନାରେ ସେ ଏ ବିଷୟରେ ଜଣାଇବା ପାଇଁ ରବିବାର ଅପରାହ୍ନରେ ଏକ ହୋଟେଲ୍ରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ମାତ୍ର ଏହି ହୋଟେଲ୍ରେ ସାମ୍ବାଦିକ ସମ୍ମିଳନୀ ନକରାଇବାକୁ ମଧ୍ୟ ହୋଟେଲ ମାଲିକଙ୍କୁ ତାଗିଦ୍ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଆଇନ୍ ରାସ୍ତାରେ ଯାଇ ସେ ନ୍ୟାୟ ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି। ସଞ୍ଜୀବଙ୍କ ଅଭିଯୋଗ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।
ଝିମିଟି ଖେଳରୁ ମହାଭାରତ: ସଞ୍ଜୀବ
- Post published:December 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul