ଜିନ୍ଦଲ ପାରିପାର୍ଶ୍ବିକ ଗ୍ରାମବାସୀ ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ

0

ଅନୁଗୁଳ: ନିଶା ଥାନା ଅନ୍ତର୍ଗତ ଜିନ୍ଦଲ ପାରିପାର୍ଶ୍ବିକ ଗ୍ରାମ ହରିଜନ ସାହି,ଗୋଛାୟତ ସାହି ଓ ସିତରା ସାହିର ଦୁଇ ଶତାଧିକ ଲୋକ ସୋମବାର ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲେ। ସେମାନେ କରିଥିବା ଦାବି ମୁତାବକ ଉପରୋକ୍ତ ସାହିର ପ୍ରଜାମାନେ ଜିନ୍ଦଲ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜା। ଜିନ୍ଦଲ କମ୍ପାନୀ ଉତ୍କଳ କୋଲ ବ୍ଲକ ସି କୁ ପ୍ରଥମେ ଅଧିଗ୍ରହଣ କରି କ୍ଷତି ପୁରଣ ରାଶି ଦେବା ସହ ଅନ୍ୟାନ୍ୟ ସହାୟତା ଦେଉଅଛି।କିନ୍ତୁ ଉପରୋକ୍ତ ପ୍ରଜାମାନେ ଉତ୍କଳ କୋଲ ବ୍ଲକ ବି ୱାନର କ୍ଷତିଗ୍ରସ୍ତ ପ୍ରଜା ହୋଇ ମଧ୍ୟ ସେମାନଙ୍କ ଜମି ଅଧିଗ୍ରହଣ କରାଯାଉନାହିଁ। ପ୍ରଜାଙ୍କ ଜମିରେ ଆଉ ଫସଲ ହେଉନଥିବାରୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରି ସେମାନଙ୍କ ଜମିକୁ ଅଧିଗ୍ରହଣ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ବଳରାମ
ଗୋଛାୟତ,ଶ୍ରୀକାନ୍ତ ନାଏକ,ବିଶ୍ୱଂବର ନାଏକ,ରମେଶ ନାଏକ ପ୍ରମୁଖ ନେତୃତ୍ୱ।ନେଇଥିଲେ।

Leave A Reply

Your email address will not be published.

error: Content is protected !!