ଆଧାର ତ୍ରୁଟି ଯୋଗୁଁ ଚାକିରୀ ଗଲା

You are currently viewing ଆଧାର ତ୍ରୁଟି ଯୋଗୁଁ ଚାକିରୀ ଗଲା

ଅନୁଗୁଳ: ଆଧାର କାର୍ଡରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁଁ ଅନୁଗୁଳ ପୌରପାଳିକାର ଜଣେ ଠିକା ଝାଡୁଦାର ସନ୍ତୋଷ ମୁଖୀଙ୍କୁ ଚାକିରୀ ହରାଇବାକୁ ପଡିଛି। ସେ ପ୍ରାୟ ତେର ଚଉଦ ବର୍ଷ ହେଲା କାର୍ଯ୍ୟ କଲେଣି । କିନ୍ତୁ ପ୍ରାୟ ତିନି ମାସ ତଳେ ଆଧାର ଭେରିଫିକେସନ ବେଳେ ସନ୍ତୋଷଙ୍କ ବୟସ ୮୨ ବୋଲି ଉଲ୍ଲେଖ ଥିବାରୁ ତତ୍କାଳ ତାଙ୍କୁ ଚାକିରିରୁ ବାହାର କରିଦିଆଗଲ।ଏଥିନେଇ ସମ୍ପୂର୍ଣ ଅଜ୍ଞ ଥିବା ସନ୍ତୋଷ ଉପଯୁକ୍ତ ଡକୁମେଣ୍ଟ ଦେଖାଇ ତାଙ୍କ ବୟସ ପ୍ରକୃତରେ ୫୧ ବୋଲି ଆଧାରରେ ସଂଶୋଧନ କରାଇ ଏବେ ପୁନଃ ନିଯୁକ୍ତି ପାଇଁ ପୌର ଠିକାଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share

Leave a Reply