ମାର୍ଚ୍ଚ ମାସରେ ଏସବୁ ଦିନ ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି, ସିଧାସଳଖ ଅଭିଯୋଗ କରିପାରିବେ ଲୋକ

You are currently viewing ମାର୍ଚ୍ଚ ମାସରେ ଏସବୁ ଦିନ ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି, ସିଧାସଳଖ ଅଭିଯୋଗ କରିପାରିବେ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୬ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେହିଭଳି ୧୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ, ୨୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଓ ୨୭ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟଠାରେ ଜନ ଶୁଣାଣି ଅନୁଷ୍ଠିତ ହେବ।

ଏସବୁ କାର୍ଯ୍ୟକ୍ରମରେ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

Share

Leave a Reply