ଅନୁଗୁଳ:ପରୀ ହତ୍ୟାକାଣ୍ଡ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ମୃତ ନାବାଳିକାକୁ ନ୍ୟାୟ ଦେବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି ରେ ବିଜେପି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା ଆୟୋଜନ କରାଯାଇଛି l ଏହି କ୍ରମରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ମହକୁମା ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ବିଜେପି କର୍ମୀ ଅନୁଗୁଳ ବଜାର, ବସଷ୍ଟାଣ୍ଡ ଦେଇ ଶିମିଳିପଡ଼ା ଗାନ୍ଧୀ ସ୍ମୃତି ପୀଠ ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକଙ୍କୁ ବିଜେପି ନେତା ଉଦବୋଧନ ଦେଇ ରାଜ୍ୟରେ ପରୀ ଭଳି ଅନେକ ଶିଶୁ ଏବେ ବି ନିଖୋଜ ଥିବା ପ୍ରକାଶ କରିଥିଲେ। ପରୀ ମୃତ୍ୟୁ ଘଟଣାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ା ଯାଉଥିବା ବିଜେପି ନେତା ଅଭିଯୋଗ କରିଥିଲେ l ଏହି ପଦଯାତ୍ରାରେ ବହୁ ବିଜେପି ନେତା ଓ କର୍ମୀ ଯୋଗଦାନ କରିଥିଲେ l
ପରୀକୁ ନ୍ୟାୟ, ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା
- Post published:December 20, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
