ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିଭିନ୍ନ ପୂଜା କମିଟି ଗୁଡିକୁ ପୁରସ୍କୃତ କରିଛନ୍ତି। ଗତ ୨୦୨୨ର ଗଣେଶ ପୂଜା, ଲକ୍ଷ୍ମୀ ପୂଜା, ଦୁର୍ଗା ପୂଜାରେ ଉତ୍କର୍ଷତା ଓ ଶାନ୍ତି ଶୃଙ୍ଖଳା ଦୃଷ୍ଟି କୋଣରୁ ପୂଜା କମିଟି ଗୁଡିକୁ ପୁରସ୍କୃତ କରାଯାଇଛି।ଗଣେଶ ପୂଜାରେ କଲିଙ୍ଗ ଯୁବ ବିକାଶ କେନ୍ଦ୍ର ଲକ୍ଷ୍ମୀ ବଜାରକୁ ଦ୍ଵିତୀୟ ଶ୍ରେଷ୍ଠ ପୁରସ୍କାର ମିଳିଥିଲା। କମିଟି କର୍ମକର୍ତା ମାନେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ସଫଳତା ନେଇ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ବଜାରର ସମସ୍ତ ସାହି ବାସିନ୍ଦାଙ୍କ ପ୍ରତି ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରାଯାଇଛି।
କଲିଙ୍ଗ ଯୁବ ବିକାଶ କେନ୍ଦ୍ର ପୁରସ୍କୃତ
- Post published:January 26, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul