କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

You are currently viewing କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଛି। ୨୭ଟି ପଞ୍ଚାୟତର ସଭାପତିଙ୍କୁ ନେଇ ସମଲ ଡାକବଙ୍ଗଳାରେ ଆୟୋଜିତ ସଭାରେ ସଭାପତି ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ ପ୍ରଧାନ, ସୁନୀଲ ପ୍ରଧାନ, ଜିତେନ୍ଦ୍ର ସାହୁ, ସୁବାସ ମହାନ୍ତି, ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ହିମାଚଳ ପଣ୍ଡା, କରୁଣା କର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ବିଜୁଜନତା ଦଳ କଣିହାଁ ବ୍ଲକ ତୃଣମୂଳ ସ୍ତରରୁ ସଂଗଠନ କେମିତି ମଜଭୁତ ହେବ ତାହା ଉପରେ ମତ ରଖିଥିଲେ।

ଆସନ୍ତା ୦୬ ତାରିଖ ଅନୁଗୁଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଉଦଘାଟନ ହେବ। ଏଣୁ ସମସ୍ତ ବିଜୁ ଜନତା ଦଳର ସଭାପତି, ସରପଞ୍ଚ, ସମିତି ସଭ୍ୟ ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଯୁବ, ଛାତ୍ର, ମହିଳା,ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ଗିରିଶ ସାହୁ, ଶିବ ପ୍ରସାଦ ବେହେରା, ଅବନୀ କାନ୍ତ ଦେହୁରୀ, ସତ୍ୟାନନ୍ଦ ଗଡ଼ନାୟକ, ଭବେଶ ପ୍ରଧାନ, ସୌଭାଗ୍ୟ ପ୍ରଧାନ, ତପନ ବେହେରା, ପୁରୁଷୋତ୍ତମ ସାହୁ, ଦେବରାଜ ପ୍ରଧାନ, ଜୟନ୍ତ ପ୍ରଧାନ, ମହର୍ଗା ସ୍ୱାଇଁ, ପ୍ରଜ୍ଞାବୀର ସାମଲ, ପ୍ରତାପ ବେହେରା, ଦେବାଶିଷ ମହାନ୍ତି, ମଣ୍ଟୁ ମହାନ୍ତି, ଗଗନ ରାଉତ ମହେଶ୍ୱର୍ ସାମଲ, ପ୍ରଦୀପ ସାମଲ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ଶେଷରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଧନ୍ୟବାଦ ଦେଇଥିଲେ।

Share

Leave a Reply