ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ତ୍ରୟୋବିଂଶ କାରଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ
ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। କାରଗିଲ ଯୁଦ୍ଧରେ ଅସୀମ ସାହସ ଓ ପରାକ୍ରମ ଦେଖାଇ ଯେଉଁ ଭାରତୀୟ ଯବାନ ମାନେ ଶତ୍ରୁ ପକ୍ଷର ଗୁଳିରେ ସହିଦ ହୋଇଥିଲେ ସେମାନଙ୍କ ପ୍ରତି ଶ୍ରୀ ସାମନ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ରୂପେ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅକ୍ଷୟ କୁମାର ପଣ୍ଡା, ଯୁବ ବ୍ୟବସାୟୀ ଅଜୟ କୁମାର ଦଳ ବେହେରା, ସହିଦ ମାନସଙ୍କ ସାନ ଭାଇ ବିଶ୍ବରଂଜନ ସାହୁ ଏବଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଦେଶ ମାତୃକାର ସୁରକ୍ଷା ପାଇଁ ଦେଶଭକ୍ତି ଓ ଜାତୀୟ ସଂହତି ଉପରେ ଗୁରୁତ୍ବ ଦେଇଥିଲେ।ସମାରୋହରେ ଅନ୍ୟତମ ଅତିଥି ବରିଷ୍ଠ ଆଇନଜୀବି ତଥା ଲେଖକ ରୁଚିର କୁମାର ପାଣିଗ୍ରାହୀଙ୍କୁ ତାଙ୍କର ପ୍ରବନ୍ଧ ସଙ୍କଳନ ସମୟାନ୍ତାରେ ଓ ଦୃଷ୍ଟିବିମ୍ବ ପୁସ୍ତକ ପାଇଁ ମୁଖ୍ୟ ଅତିଥି ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ପରିଷଦର ସଭାପତି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପର୍ଶୁରାମ ଦାଶ, ସଂଯୋଜକ ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସୁଶାନ୍ତ କୁମାର ସେଠୀ, ଶୁଭାଶିଷ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।