ପୂର୍ବତନ ସୈନିକ ସଂଘ ପକ୍ଷରୁ କାରଗିଲ ବିଜୟ ଦିବସ

You are currently viewing ପୂର୍ବତନ ସୈନିକ ସଂଘ ପକ୍ଷରୁ କାରଗିଲ ବିଜୟ ଦିବସ

ଅନୁଗୁଳ: ପୂର୍ବତନ ସୈନିକ ସଂଘ ଅନୁଗୁଳ ପକ୍ଷରୁ ସଭାଘର ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ପୂର୍ବତନ ସୈନିକ ମାନେ ସକାଳ ସାତଟା ସମୟରେ କାରଗିଲ ସହିଦ ମାନସଙ୍କ ଗାଁ ପୁରୁଣାଗଡକୁ ଯାଇ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଗାଁ ଲୋକଙ୍କୁ ଭାରତୀୟ ସେନାର ପରାକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ଏହାପରେ ମଧ୍ୟାହ୍ନରେ କାରଗିଲ ବିଜୟ ଦିବସ ସମାରୋହ ପାଳିତ ହୋଇଥିଲା। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ,ବ୍ରିଗେଡିୟର ଡି ବି ପାଣି, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସୁବେଦାର ମେଜର ତଥା ଏଡିଭିର ସଭାପତି ଅନିଲ କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମାରୋହରେ ଅତିଥି ମାନେ ସହିଦ ସ୍ତମ୍ଭରେ ପୁଷ୍ପ ମାଲ୍ୟ ଦେବା ପରେ କାରଗିଲ ଯୁଦ୍ଧର ଇତିହାସ ଦୃଶ୍ୟଶ୍ରାବ୍ୟ ଯନ୍ତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏଡିଭି ସଭାପତି ଶ୍ରୀ ମହାନ୍ତି ଭାରତୀୟ ସେନାର ସାହସ,ପରାକ୍ରମ ଓ ବଳିଦାନ ସମ୍ପର୍କରେ ବିଶଦ ବିବରଣୀ ଦେଇଥିଲେ।ଶତ୍ରୁ କୁ ନିପାତ କରିବାପାଇଁ ଭାରତୀୟ ସେନା ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଦୃଢ଼ ମନବଳ ରହିଛି ବୋଲି ସେ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଅତୀତରେ ଭାରତୀୟ ସେନା ଶତ୍ରୁ ମାନଙ୍କୁ ଦୃଢ଼ ଜବାବ ଦେବା ସହ ଆବଶ୍ୟକ ସ୍ଥଳେ ନିଜ ଜୀବନ କୁ ବଳିଦାନ କରି ଦେଶକୁ ରକ୍ଷା କରିଥିବା ପ୍ରକାଶ କରିଥିଲେ।

ସମାରୋହରେ ବିଭିନ୍ନ ସହିଦ ପରିବାର ସଦସ୍ୟ ଓ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାପରେ ସଂଘର ର ପ୍ରତିଷ୍ଠା ଦିବସ ଅବସରରେ ପୂର୍ବତନ  ସୈନିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା।ସମାରୋହରେ ଏନ୍ ସି ସି ଛାତ୍ର ଛାତ୍ରୀ,ଏ ଡି ଭି ପରିବାର ସଦସ୍ୟ ଏବଂ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ।ନୃତ୍ୟ ନୀଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ ହୋଇଥିଲା।ସମାରୋହ ରେ ଉପ ସଭାପତି ରଞ୍ଜିତ କୁମାର ଜେନା,ସମ୍ପାଦକ ନାରାୟଣ ସାହୁ ଙ୍କ ସମେତ ସମସ୍ତ
କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହି ସମାରୋହକୁ ସଞ୍ଚାଳନ କରିଥିଲେ।

Share

Leave a Reply