ଅନୁଗୁଳ: ଯୁବ-କ୍ରୀଡ଼ା ମନ୍ତ୍ରାଳୟ ଓ ମେରା ୟୁବା ଭାରତ ଅନୁଗୁଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ କାରଗିଲ ବିଜୟ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ ନାଲକୋ ସିଆଇଏସଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ସିଦ୍ଧାନ୍ତ ଗୋସ୍ଵାମୀ, ସମ୍ମାନିତ ଅତିଥି ଭାବେ ନାଲକୋନଗର ଦିଲ୍ଲୀ ପବ୍ଲିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ବେହେରା, ଲାଇଟ୍ ହାଉସର ସଂଯୋଜକ ହିମୁଦ୍ୟୁତ ବେହେରା, ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ, ରିମିଟ କଲେଜର ଅନୁପ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଅତିଥିମାନେ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କ ବିଷୟରେ ସୂଚନା ଦେବା ସହ ତାଙ୍କ ବଳିଦାନକୁ ମନେ ପକାଇଥିଲେ। ପରେ ଏକ ବତ୍କୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ପରେ “ମା ପାଇଁ ଗଛଟିଏ” ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ମେରା ୟୁବା ଭାରତ ତରଫରୁ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।