କଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

You are currently viewing କଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

ଅନୁଗୁଳ: କଥା ରଖିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଫାଇଭ ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ ବେଳେ ନିକଟସ୍ଥ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏ ଅବସରରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ବାସ୍କେଟବଲ କୋର୍ଟରେ ଛାତ୍ରମାନଙ୍କ ସହିତ ଖେଳିବା ସହ ଉକ୍ତ ଖେଳ ସମନ୍ଧୀୟ ବିଭିନ୍ନ ଉପଦେଶମାନ ଦେଇଥିଲେ। ଭବିଷ୍ୟତରେ ଭଲ ପାଠ ସହିତ ଖେଳ, ନାଚକୁଦ, ସଙ୍ଗୀତ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହାସଲ କରିବା ପାଇଁ ସେ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଏଥି ସହ ବିଦ୍ୟାଳୟରେ ଥିବା ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ ଏବଂ ଇଣ୍ଟରାକ୍ସନ ହଲ ବୁଲି ଦେଖୁଥିଲେ ଏବଂ ବାସ୍କେଟବଲ ଟିମ୍‌ରେ ଥିବା ସମସ୍ତ ଛାତ୍ରଙ୍କୁ ଜୋତା ଓ ବଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କୁ ଡକାଇ ଫାଇଭ ଟି ସଚିବ ପଠାଇଥିବା ଉପହାର ପ୍ରଦାନ କରିଥିଲେ। ଏ ଅବସରରେ ଉପଜିଲ୍ଲାପାଳ ବଇତୁରା ଦିପ୍, ଡେପୁଟି କଲେକ୍ଟର ଈଶାନୀ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ଦାଶ, ଶିକ୍ଷକ ସଞ୍ଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply