ଅନୁଗୁଳ: ପ୍ରାୟ ୧୪ କିଲୋମିଟରର କେରଜାଙ୍ଗ-ଅନୁଗୁଳ ଦୋହରା ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍ ଗତି କରିପାରିବ ବୋଲି ରେଳବାଇ ସୁରକ୍ଷା ଅଧିକାରୀ ସବୁଜ ସ˚କେତ ଦେଇଛନ୍ତି। ସେହିଭଳି ତାଳଚେର-ସମ୍ବଲପୁର ଦୋହରା ରେଳପଥର ୧୬୮ କିଲୋମିଟରରୁ ୮୫ କିଲୋମିଟର କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଶେଷ କରି ରେଢ଼ାଖୋଲଠାରୁ ଅନୁଗୁଳ ଯାଏଁ ରେଳପଥର ନିର୍ମାଣ ସମ୍ପନ୍ନ ହୋଇଛି। ଖୁବ୍ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସ୍ପିଡ୍ ଟ୍ରାଏଲ୍ ନିଆଯାଇ ରେଳଗାଡ଼ି ଗଡ଼ିବ ବୋଲି ପୂର୍ବତଟ ରେଳପଥ ସୂତ୍ରରୁ ପ୍ରକାଶ।
କେରେଜାଙ୍ଗ-ଅନୁଗୁଳ ଡବଲ୍ ଲାଇନ୍ ରେଳପଥ କାର୍ଯ୍ୟକ୍ଷମ ହେଲା
- Post published:January 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


