ଅନୁଗୁଳ: ମାନବ ସେବା-ମାଧବ ସେବା ଚାରିଟେବୁଲ ଟ୍ରଷ୍ଟ ,ଖଣ୍ଡହତା ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଗାଁ କୋଠ ଘରରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ସମ୍ମାନୀତ ଅତିଥି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା,ଶିଶୁ ସଂଯୋଜକ ନିତେନ୍ କୁମାର ସାମଲ, ଅଙ୍ଗାରବନ୍ଧ ପଞ୍ଚାୟତର ନାଏବ ସରପଞ୍ଚ ସୂରଥି ଶୂଳ,ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଶିଶୁ ମାନଙ୍କର ସୁରକ୍ଷା,ଶିକ୍ଷା,ତଥା,ବାଲ୍ୟ ବିବାହ,ଶିଶୁ ଶ୍ରମିକ କୁ କେମିତି ରୋକାଯାଇ ପାରିବ ଓ ସେମାନେ ଯେମିତି ଶିକ୍ଷାରୁ ବଞ୍ଚିତ ନ ହେବେ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକରେ କେମିତି ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ପାରିବ ଏବଂ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ ଓ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କିପରି ସାମିଲ କରାଯାଇ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିରେ ଗାଁର ବରିଷ୍ଠ ବ୍ୟକ୍ତି ବିଶେଷ ଅବସର ପ୍ରାପ୍ତ ଶିକ୍ଷକ ସାଧୁ ଚରଣ ପ୍ରଧାନ,ଦୀପକ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ, ଯୁଧିଷ୍ଠିର ସାହୁ,ହାଡିବନ୍ଧୁ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ। ମାନବ ସେବା-ମାଧବ ସେବା ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁବ୍ରତ ବେହେରା,ଉପସଭାପତି ଚନ୍ଦନ କୁମାର ସାହୁ,କୋଷାଧ୍ୟକ୍ଷ ତନ୍ମୟ ବିଶ୍ଵାଳ, ସମ୍ପାଦକ ରାକେଶ ରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।