ଖାଉଟି ବିବାଦ ବିଚାର କାର୍ଯ୍ୟାଳୟ ଅଚଳ

You are currently viewing ଖାଉଟି ବିବାଦ ବିଚାର କାର୍ଯ୍ୟାଳୟ ଅଚଳ

ଅନୁଗୁଳ: ଗତ ବର୍ଷ ପ୍ରାୟ ଅପ୍ରେଲ ମାସରୁ ଅନୁଗୁଳ ଜିଲ୍ଲାର ଏକମାତ୍ର ଖାଉଟି ବିବାଦ ବିଚାର ଆୟୋଗ କାର୍ଯ୍ୟାଳୟ ଅଚଳ ହୋଇ ପଡ଼ିଛି।ଆୟୋଗର ଅଧ୍ୟକ୍ଷ ଅବସର ନେବା ପରେ ଖାଲି ପଡ଼ିଥିବା ଆସନ ପାଇଁ
ରାଜ୍ୟ କମିଶନ ତତ୍କାଳ ନୂଆ ନିଯୁକ୍ତି ଦେଇ ପାରି ନଥିଲା। ଏହାପରେ ଢେଙ୍କାନାଳ ଓ ବଉଦ୍ ରୁ ଦୁଇ ଜଣଙ୍କୁ ତିନି ତିନି ଦିନ କାର୍ଯ୍ୟ କରିବା ପାଇଁ ଅର୍ଡର୍ ହୋଇଥିଲା।କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା। ଫଳରେ ଦୁଇ ସଦସ୍ୟ ଥାଇ ମଧ୍ୟ ଖାଉଟି ଆୟୋଗ ସେହି ଦିନ ଠାରୁ ଅଚଳ ହୋଇ ପଡ଼ିଛି। ବିଦ୍ୟୁତ୍, ବ୍ୟାଙ୍କ ବୀମା ଆଦି ମାମଲାକୁ ନେଇ ବହୁ ସଂଖ୍ୟାରେ ଖାଉଟି କେସ ଫାଇଲ କରିନପାରି ଫେରୁଛନ୍ତି। ଅନ୍ୟପକ୍ଷରେ ଅଫିସର ପାଞ୍ଚ ଜଣ କର୍ମଚାରୀ ବସି ବସି ଦରମା ନେଉଛନ୍ତି। ଏଥିନେଇ ବରିଷ୍ଠ ଖାଉଟି ଆୟୋଗ ଆଇନଜୀବି ଦୀପକ ପାଣି ଙ୍କୁ ପଚାରିବାରୁ ଘଟଣା ସତ ବୋଲି କହିବା ସହ ମାର୍ଚ୍ଚ ପରେ ନୂଆ ନିଯୁକ୍ତି ପରେ ଆୟୋଗ ଠିକ୍ ଠାକ୍ ଚାଲିବ ବୋଲି ଆଶା ରଖିଛନ୍ତି।

Share

Leave a Reply