ଖେଳ ହେଲା କାଳ: କୂଅରେ ପଡ଼ି ନାବାଳକର ମୃତ୍ୟୁ

You are currently viewing ଖେଳ ହେଲା କାଳ: କୂଅରେ ପଡ଼ି ନାବାଳକର ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଲ ଗ୍ରାମରେ ଏକ ଖୋଲା କୂଅରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୯/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଛି।

ଏ ନେଇ ନାବାଳକର ବାପା ମୁନା ସାହୁ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଓମ ପ୍ରକାଶ ସାହୁ (୬) ଖେଳୁଥିବା ବେଳେ ନିକଟସ୍ଥ କୂଅରେ ଅସାବଧାନତା ଯୋଗୁଁ ପଡ଼ିଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।

Share

Leave a Reply