ତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ, କ୍ଷତିପୂରଣ ଦେବା ସହ ସବୁ ଦାବି ମାନିଲେ ହିଁ କମ୍ପାନୀକୁ ଦେବେ ଜମି

You are currently viewing ତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ, କ୍ଷତିପୂରଣ ଦେବା ସହ ସବୁ ଦାବି ମାନିଲେ ହିଁ କମ୍ପାନୀକୁ ଦେବେ ଜମି

ତାଳଚେର: ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତରେ ତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘ ଗଠନ କରାଯାଇଛି। ଏ ଅବସରରେ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଭାପତି ଭାବେ ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଭାବେ ଚତୁର୍ଭୁଜ ନନ୍ଦ ଏବଂ ସଞ୍ଜୟ ଶତପଥି,ସାଧାରଣ ସମ୍ପାଦକ ଭାବେ ଗିରିଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ନନ୍ଦ, ଉପଦେଷ୍ଟା ଭାବେ ପ୍ରଭାତିନୀ ଆଚାର୍ଯ୍ୟ ଏବଂ ଆବାହକ ଭାବେ ମନୋଜ ଶତପଥୀ ମନୋନୀତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ତାଳବେଡ଼ା ମୌଜାର ୨୩୩.୫୨୦ ଏକର ଜମି କୋଲ ବିୟରିଂ ଆକ୍ଟ ଅନୁସାରେ ସମଗ୍ର ଗ୍ରାମକୁ ଗୋଟିଏ ୟୁନିଟ ଭାବେ ଏମସିଏଲର ଭୁବନେଶ୍ୱରୀ ସମ୍ପ୍ରସାରଣ ପ୍ରୋଜେକ୍ଟ ନିମନ୍ତେ ଅଧିଗ୍ରହଣ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। କିନ୍ତୁ ଗାଁ ଲୋକଙ୍କ ଦାବି ପୂରଣ ହେଲେ ହିଁ ସେମାନେ ଜମି ଦେବେ ବୋଲି କହିଛନ୍ତି।

ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ଜମିବାଡ଼ି ସହିତ ଘରବାଡ଼ି ଅର୍ଥାତ ସମସ୍ତ ଜମିକୁ ଅଧିଗ୍ରହଣ କରାଯିବା, ଅଧିଗ୍ରହଣ ପରେ ନିୟମାନୁସାରେ ପରିବାର ସଦସ୍ୟଙ୍କୁ ନିଯୁକ୍ତି, ଏକକାଳୀନ ଆର୍ଥିକ କ୍ଷତିପୂରଣ ପ୍ରଦାନ, ଗ୍ରାମବାସୀଙ୍କ ଥଇଥାନ ହେବାକୁ ଥିବା ସ୍ଥାନରେ ବିଦ୍ୟୁତ, ସ୍ୱାସ୍ଥ୍ୟ, ବିଦ୍ୟାଳୟ, ଜଳ ଯୋଗାଣ ସୁବିଧା ସହ ଏମସିଏଲ ହସପିଟାଲ କରିବା ଆଦି ରହିଛି।

କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଦାବିପତ୍ର ପଠାଯାଇଥିବା ବେଳେ ଏହାର ଏକାକିତ ନକଲ ଆରଡିସି ସମ୍ବଲପୁର, ଅନୁଗୁଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଏମସିଏଲ ସିଏମଡି ଏବଂ ଜଗନ୍ନାଥ ଜିଏମଙ୍କୁ ପ୍ରଦାନ କରାଯାଇଛି।

Share

Leave a Reply