ଘରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ମା’

You are currently viewing ଘରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ମା’ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ମା’ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନଗରି ଗ୍ରାମର ଅଜୟ ନାୟକ ଓରଫ ସଂଜୀବଙ୍କ ନାଁରେ ଅଭିଯୋଗ କରିଥିବା ଜଣାଯାଇଛି। ପୋଲିସ ୫୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ପୋଲିସ କହିବା ଅନୁଯାୟୀ, ସ୍ଵାମୀଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ତାଙ୍କୁ ନେଇ ମେଡ଼ିକାଲ ଯାଇଥିଲେ। ଘରେ ତାଙ୍କ ୨ ଝିଅ ଥିଲେ। ଏହି ସମୟରେ ଅଜୟ ଏକ କାର ନେଇ ୧୮ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ନେଇଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

Share

Leave a Reply