ନାବାଳିକାକୁ ଅପହରଣ ନେଇ ଥାନାରେ ଅଭିଯୋଗ

You are currently viewing ନାବାଳିକାକୁ ଅପହରଣ ନେଇ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡିରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ମହିଧରପୁର ଗ୍ରାମର ଜଣେ ୧୭ ବର୍ଷର ବାଳିକା ତାଙ୍କ ମାମୁଁ ଘର ଶାଳବଣି ସାହି ରହୁଥିଲା। ଆଜି ଅପରାହ୍ନ ତିନିଟା ସମୟରେ ଘରୁ କେଉଁଆଡ଼େ ଚାଲି ଯାଇଥିଲା। ଘରୁ ଗଲାବେଳେ ଗୋଟିଏ ପିଙ୍କ କଲର ଚୁଡ଼ିଦାର ପିନ୍ଧି ଥିଲେ। ତାଙ୍କ ଉଚ୍ଚତା ପାଞ୍ଚ ଫୁଟ ଦୁଇ ଇଞ୍ଚ, ଦେଖିବାକୁ ଗୋରା। ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକେ ଝିଅଟି ହିନ୍ଦୋଳପଡ଼ା ଗ୍ରାମର ଏକ ଯୁବକ ସାଙ୍ଗରେ କେଉଁଆଡେ ପଳେଇ ଯାଇଛି ବୋଲି କହୁଛନ୍ତି। ଏ ନେଇ  କେସ ନମ୍ୱର୬୦୮/୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ କହିଛନ୍ତି।

Share

Leave a Reply