ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ଗିରଫ: ପୂର୍ବ ଶତ୍ରୁତାରୁ ଗୁଳି ମାରିଥିବା ସୂଚନା

You are currently viewing ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ଗିରଫ: ପୂର୍ବ ଶତ୍ରୁତାରୁ ଗୁଳି ମାରିଥିବା ସୂଚନା

ଅନୁଗୁଳ: ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଦୁଇ ପିଲାଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଭିଆଇଥିବା ଜଣାପଡ଼ିଛି। ପ୍ରଶାନ୍ତ ବିଳମ୍ବିତ ରାତିରେ ଆସି ବାରଣ୍ଡାରେ ପ୍ରଫୁଲ୍ଲ ଶୋଇଥିବା ଭାବି ଗୁଳି କରି ଫେରାର ହୋଇ ଯାଇଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁର ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ। ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ । ପରିବାର ଲୋକ ଦଉଡି ଆସି ଦେଖିବା ବେଳକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

Share

Leave a Reply