କୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

You are currently viewing କୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ‘ଆତ୍ମା’ (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଛନ୍ତି।ସମସ୍ତ କୃଷକ ସାଥୀ ସେମାନଙ୍କ ସମସ୍ୟାଗୁଡ଼ିକୁ ସମାଧାନ ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଏକମତ ହୋଇଥିଲେ।

ଏହି ବୈଠକଟି ବ୍ଲକ ସଭାପତି ପବିତ୍ର ମୋହନ ଦେହୁରୀ ଏବଂ ସମ୍ପାଦକ ବିଜୟ କୁମାର ସାହୁଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।

Share

Leave a Reply