କିଶୋରନଗର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର: ୭୯ ୟୁନିଟ ରକ୍ତ ସଂଗୃହୀତ

You are currently viewing କିଶୋରନଗର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର: ୭୯ ୟୁନିଟ ରକ୍ତ ସଂଗୃହୀତ

କିଶୋରନଗର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ଡିଗ୍ରୀ କଲେଜରେ ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ସୁଦୀପ୍ ଗଡ଼ନାୟକ ଓ କଲେଜ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ବ୍ଲଡ଼ ବ୍ୟାଙ୍କ ରକ୍ତ ସଂଗ୍ରହ କରିଥିଲା। ବିଜେପି ନେତା ଧନୁର୍ଜୟ ପ୍ରଧାନ, ସଞ୍ଜୀବ ପାତ୍ର, ହେମନ୍ତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply