ବର୍ତ୍ତମାନ ସମୟରେ ଲୋକମାନେ ସାଦା ଖାଦ୍ୟ ତୁଳନାରେ ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଆମିଷ ଭିତରେ ଶସ୍ତାରେ ଯଦି କିଛି ଟେଷ୍ଟି ଆଇଟମ କଥା କୁହାଯାଏ ତେବେ ତାହା ହେଉଛି ଚିକେନ। ଚିକେନର ଯେତେ ଆଇଟମ୍ ଖାଉଥିଲେ ବି ଚିକେନ୍ ୬୫ର ସ୍ୱାଦ କିନ୍ତୁ ସବୁଠୁ ନିଆରା। ଏହି ନନ୍ଭେଜ୍ ଆଇଟମକୁ ତ ଆପଣ ଅନେକ ଥର ଖାଇଥିବେ। କିନ୍ତୁ ଏହାର ଏମିତି ନାଁ କାହିଁକି ଦିଆଯାଇଛି ବୋଧେ ସେ ନେଇ କେହି ଜାଣିନଥିବେ। ତେବେ ଆଜି ଆସନ୍ତୁ ଜାଣିବା ଚିକେନ୍ ୬୫ ର ନାମକରଣର ଇତିହାସ …
ରିପୋର୍ଟ ମୁତାବକ, ଚିକେନ୍ ୬୫ ଦକ୍ଷିଣ ଭାରତରେ ପ୍ରସ୍ତୁତ ହୋଇଥିବା ଏକ ଆମିଷ ଖାଦ୍ୟ। ଏ ନେଇ ରୌନକ୍ ରାମଟେକେ ନାମକ ଜଣେ ଯୁବକ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ରୌନକଙ୍କ କହିବାନୁଯାୟୀ, ଏହି ଆଇଟମରେ ୬୫ଟି ମସଲା ପଡୁଥିବାରୁ କିମ୍ବା ୬୫ଟି ଚିକେନ୍ ପିସ୍ ଅଥବା ୬୫ଦିନ ଧରି ଚିକେନକୁ ମ୍ୟାରିନେଟ୍ କରାଯାଉଥିବାରୁ ଏହାର ଏଭଳି ନାଁ ଦିଆଯାଇଛି ବୋଲି ଲୋକେ ଭାବନ୍ତି। କିନ୍ତୁ ପ୍ରକୃତରେ ସେମିତି କିଛି ନୁହେଁ। ଏହି ନନଭେଜ୍ ଆଇଟମ ୧୯୬୫ରେ ପ୍ରଥମେ ତିଆରି ହୋଇଥିଲା। ଏହି କାରଣରୁ ଏହାର ଏଭଳି ନାଁ ଦିଆଯାଇଛି। ଚେନ୍ନାଇ ସ୍ଥିତ ବୁହାରି ହୋଟେଲ ପ୍ରଥମ ଥର ପାଇଁ ଚିକେନ୍ ୬୫ ଆଇଟମ ତିଆରି କରିଥିଲା, ଯାହାକୁ ଗ୍ରାହକ ଖୁବ ପସନ୍ଦ କରିଥିଲେ। ସେବେ ଠାରୁ ଚିକେନର ଏହି ସୁସ୍ୱାଦୁ ଖାଦ୍ୟର ନାଁ ରହିଯାଇଛି ଚିକେନ୍ ୬୫।