“ଜିନ୍ଦଲ କୃଷି ସେବା’’ ଆରମ୍ଭ: ଅନୁଗୁଳରେ ପ୍ରାକୃତିକ କୃଷି ଓ ମାଣ୍ଡିଆ ଚାଷର ଉନ୍ନତୀକରଣ ଲକ୍ଷ୍ୟ

You are currently viewing “ଜିନ୍ଦଲ କୃଷି ସେବା’’ ଆରମ୍ଭ: ଅନୁଗୁଳରେ ପ୍ରାକୃତିକ କୃଷି ଓ ମାଣ୍ଡିଆ ଚାଷର ଉନ୍ନତୀକରଣ ଲକ୍ଷ୍ୟ

ଅନୁଗୁଳ: କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରୁ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ “ଜିନ୍ଦଲ କୃଷି ସେବା’’ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲାରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ରାସାୟନିକ ସାର ଓ କୀଟନାଶକ ମୁକ୍ତ କୃଷି ଉତ୍ପାଦନକୁ ସ୍ଥାୟୀ କରିବା ହେଉଛି ଏହାର ଲକ୍ଷ୍ୟ। ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ସବୁଜ ପତାକା ଦେଖାଇ ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଭ୍ୟାନକୁ ଉଦଘାଟନ କରିଛନ୍ତି।

ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଅମ୍ବର ଲୁବୁନ୍, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଆଶୁତୋଷ ରାୟ, ପ୍ରମୁଖ ବୈଜ୍ଞାନିକ ଏବଂ କେଭିକେ ଅନୁଗୁଳର ମୁଖ୍ୟ ଦେବାଶିଷ ମିଶ୍ର, ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ ଏବଂ ସିଏସ୍ଆର ସଭାପତି ଏବଂ ଗୋଷ୍ଠୀ ମୁଖ୍ୟ ପ୍ରଶାନ୍ତ କୁମାର ହୋତା, ୩ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Share

Leave a Reply