ଅନୁଗୁଳ: ଆଜି ଟାଉନ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ବିଏଫ୍ସି କୁଚିଣ୍ଡା, ମା’ ବୁଢ଼ୀ କ୍ଲବ ଅନୁଗୁଳକୁ ଟାଇବ୍ରେକରରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେରେ ପହଞ୍ଚିଛି।
ନିର୍ଦ୍ଧାରିତ ସମୟ ଖେଳରେ ୨-୨ ସମାନ ସ୍ଥିତିରେ ରହିବାରୁ ଟାଇବ୍ରେକରର ଆଶ୍ରୟ ନିଆ ଯାଇଥିଲା। ବସ ମାଲିକ ସଂଘ ସଭାପତି ମାନସ ସାମଲ, ସମ୍ପାଦକ ସନ୍ତୋଷ ମିଶ୍ର, ବିଜେଡି ଟାଉନ ସଭାପତି ବୃନ୍ଦାବନ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର କର୍ମକର୍ତା ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।