କୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

You are currently viewing କୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଲାଡ ସେଣ୍ଟ୍ରାଲ ମହାଲକ୍ଷ୍ମୀ ପୂଜା କମିଟି ଓ ବଣିକ ସଂଘ ପୂଜା କମିଟି ମିଳିତ ଭାବେ ମା’ଙ୍କ ଆଜ୍ଞାଲଡୁ ସୋମବାର ନିଲାମ କରିଥିଲେ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଜ୍ଞାଲଡୁ ପାଇଁ ଉତ୍ସାହ ଦେଖାଗଲା। ନିଲାମରେ “ରୋଡ ଆଣ୍ଡ ରୁଫ” କମ୍ପାନୀର ମାଲିକ ଅଭୟ ସିଂହ ୧ ଲକ୍ଷ ୩୩୩ ଟଙ୍କାରେ ଆଜ୍ଞାଲଡୁ ହାସଲ କରିଥିଲେ।

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜ୍ଞାଲଡୁ ହସ୍ତାନ୍ତର କରି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ନାଲକୋ ଥାନା ଅଧିକାରୀ ଶ୍ୟାମଲାଲ ଓରାମ, ସରପଞ୍ଚ ଉଷା ରାଣୀ ସ୍ୱାଇଁ, ସମିତି ସଭ୍ୟା ପ୍ରିୟମ୍ବଦା ଧୀର, ଗ୍ରାମ କମିଟି ସଭାପତି ପ୍ରଭାତ ବିଶୋଇ ଓ ଓଡ଼ିଶୀ ମୋଟର ଶାଖା ପରିଚାଳକ ବିଷ୍ଣୁ ଚରଣ ପ୍ରଧାନ ଉପସ୍ଥିତ ଥିଲେ। ବଣିକ ସଂଘ ଲକ୍ଷ୍ମୀ ପୂଜା କମିଟିର ସଭାପତି କୁଳମଣି ଦେହୁରୀ, ସଂପାଦକ ବିପିନ ସାଇଁ ଓ ଅନ୍ୟ ବ୍ୟବସାୟୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply