ମଦକୁ ନା’! ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କୁମଣ୍ଡ ଗାଁର ମହିଳା, ଶୋଭାଯାତ୍ରା କରି କଲେ ସଚେତନ

You are currently viewing ମଦକୁ ନା’! ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କୁମଣ୍ଡ ଗାଁର ମହିଳା, ଶୋଭାଯାତ୍ରା କରି କଲେ ସଚେତନ

ଅନୁଗୁଳ: ମଦକୁ ନା’। ମଦ ନ ପିଇବାକୁ ମହିଳାଙ୍କ ସଚେତନତା। ଅନୁଗୁଳ ଜିଲ୍ଲା କୁମଣ୍ଡ ଗାଁର ମହିଳାମାନେ ମଦ ବିରୋଧରେ ନିଆରା ଶୋଭାଯାତ୍ରା କରି ଲୋକଙ୍କୁ ସଚେତନ କରାଇଛନ୍ତି।
ସୂଚନା ମୁତାବକ, ମଦ ପାଇଁ ସମାଜ ଆଜି ପ୍ରଥଭ୍ରଷ୍ଟ। ଯୁବପିଢ଼ି ବି କୁପଥଗାମୀ। ଏହାକୁ ମର୍ମେ ମର୍ମେ ବୁଝି ପାରିଛନ୍ତି କୁମଣ୍ଡ ଗାଁର ଲୋକେ। ଏଥିପାଇଁ କିଛି ମାସ ହେଲା ଗାଁର ପୁରୁଷ ଓ ମହିଳା ଗାଁରେ ମଦ ବିକ୍ରି ଉପରେ କଟକଣା ଲଗାଇଥିଲେ। ମଦ ବିକ୍ରି କଲେ କିମ୍ବା ମଦ ପିଇ ବିଶୃଙ୍ଖଳା କଲେ ଜୋରିମାନା ପାଇଁ ବି ନିୟମ କରିଛନ୍ତି। ଆଜି ଗାଁର ସମସ୍ତ ମହିଳା ଏକ ଶୋଭାଯାତ୍ରାରେ ମଦ ବିରୋଧୀ ନାରା ଦେଇ ଗାଁ ପରିକ୍ରମା କରିଥିଲେ। ଗାଁର ପୁରୁଷ ମଧ୍ୟ ଏହାକୁ ସମର୍ଥନ କରିବା ସହ ପ୍ରଶଂସା କରିଥିବା ଜଣାଯାଇଛି।

Share

Leave a Reply