କୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପୋଲିସ ଗିରଫଦାରି ପ୍ରତିବାଦରେ ଗ୍ରାମବାସୀଙ୍କ ଏସପି କାର୍ଯ୍ୟାଳୟ ଘେରାଉ

You are currently viewing କୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପୋଲିସ ଗିରଫଦାରି ପ୍ରତିବାଦରେ ଗ୍ରାମବାସୀଙ୍କ ଏସପି କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ସହର ଉପକଣ୍ଠ କୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଗାଁର ଦୁଇ ଜଣଙ୍କୁ ପୋଲିସ ଗିରଫ କରିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ ମଙ୍ଗଳବାର ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଗିରଫ ଦୁଇ ବ୍ୟକ୍ତିଙ୍କୁ ତୁରନ୍ତ ଖଲାସ ନ କରାଗଲେ ଗ୍ରାମବାସୀ ଆଗକୁ ବଡ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗ୍ରାମବାସୀ ଅଭିଯୋଗ ଅନୁସାରେ, କୁମଣ୍ଡର କିଛି ଲୋକଙ୍କ ବିରୋଧରେ ସଦର ଥାନା ଅଧିକାରୀ ମିଥ୍ୟା ମାମଲା ରୁଜୁ କରିଛନ୍ତି। ଘରପୋଡି ମାମଲାରେ ଗାଁର ଶୁଭମଜ୍ୟୋତି ପ୍ରଧାନ ଓ ପ୍ରଦୀପ କୁମାର ସାଙ୍କୁ ଗିରଫ କରାଯାଇଛି। ଏପଟେ ସଦର ଥାନା ପୋଲିସ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି। ଗାଁ ଲୋକଙ୍କ ବିରୋଧରେ ମିଥ୍ୟା ମାମଲା କରାଯାଇ ଗିରଫ କରିବାକୁ କହୁଛନ୍ତି। ପୋଲିସର ଏହି ମିଥ୍ୟା ମାମଲା ନେଇ ଆଗରୁ ବୈଠକ ହୋଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦେଶକୁ ପାଳନ କରାଯାଇନି। ପୋଲିସ ଗାଁରେ ଦମନଲୀଳା ଚଳାଇଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଅତିରିକ୍ତ ଏସପି ଲୋକଙ୍କୁ ବୁଝାସୁଝା କରିବା ସହ ଅଦାଲତଙ୍କ ନିର୍ଦେଶରେ ଗିରଫଦାରି ହୋଇଥିବା କହିଥିଲେ। ଏହା ଏହା ଦ୍ବାରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା। ସେଥିପାଇଁ ଆଗକୁ ଗ୍ରାମବାସୀ ବଡ ଧରଣର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

Share

Leave a Reply