ଗାଁ ମଧ୍ୟରୁ କୁଟୁରା ଉଦ୍ଧାର

You are currently viewing ଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁରୁ ଏକ କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟ ରାତିରେ ନିକଟ ଜଙ୍ଗଲରୁ ଏକ କୁଟୁରା ଛୁଆ ତଳଗଡ଼ ଗାଁ ଭିତରକୁ ପଶି ଆସିଥିଲା। ସକାଳ ହୋଇ ଯିବାରୁ କୁଟୁରାଟି ଜଙ୍ଗଲ ଭିତରକୁ ନ ଯାଇ ପରିବାରୁ ସ୍ଥାନୀୟ ଗ୍ରାମବାସୀ ତାକୁ ଉଦ୍ଧାର କରିବା ସହ ବନ୍ତଳା ବନ ବିଭାଗକୁ ଖବର ଦେଇଥିଲେ । ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକଙ୍କ ନିର୍ଦେଶ କ୍ରମେ ବନ ବିଭାଗର ଏକ ଦଳ କୁଟୁରାକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସନ୍ଧ୍ୟାରେ ତାକୁ ସ୍ଥାନୀୟ ଜଙ୍ଗଲ ରେ ଛାଡି ଦେଇଥିବା ଜଣାଯାଇଛି ।

Share

Leave a Reply