ଅନୁଗୁଳ: ନାଲକୋ ବିଦ୍ୟୁତ କାରଖାନାର ଫାଟକ ସମ୍ମୁଖରେ ବିଭିନ୍ନ ଦାବି ପୂରଣ ଲାଗି ନାଲକୋ ଆଲୁମିନିୟମ ଠିକା ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି।
ଶ୍ରମିକଙ୍କ କହିବାନୁଯାୟୀ, ସେମାନେ ଏବେ ଯାଏଁ ପିଏଫ୍ ଓ ଫାଇନାଲ ଟଙ୍କା ପାଇ ନାହାନ୍ତି। କିଛି ନାଲକୋ ଅଧିକାରୀ ସମ୍ପୃକ୍ତ ଠିକାଦାର ସହିତ ମିଶି ବିଲ ଫାଇନାଲ କରି ଦେଇଛନ୍ତି। ତେଣୁ ଶ୍ରମିକମାନେ ନିଜ ହକ୍ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଏ ନେଇ ସେମାନେ ପୂର୍ବରୁ ଆସିଷ୍ଟାଣ୍ଡ ଲେବର କମିଶନଙ୍କ ପାଖକୁ ଯାଇଥିଲେ। ସେଠାରେ ତ୍ରିପାକ୍ଷିକ ଆଲୋଚନା ପରେ ନାଲକୋ କର୍ତ୍ତୃପକ୍ଷ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲେ ଓ ଗୋଟିଏ ମାସର ସମୟ ନେଇଥିଲେ। କିନ୍ତୁ ଏହି ଘଟଣାକୁ ୩ ମାସ ବିତିଥିଲେ ମଧ୍ୟ ନାଲକୋ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପାଇଁ ଶ୍ରମିକମାନେ ନିଜ ହକ ପାଇ ନାହାନ୍ତି। ତେବେ ଆଜିର ଆନ୍ଦୋଳନ ପରେ ସେମାନଙ୍କ ସମସ୍ୟା ୧୫ ଦିନ ଭିତରେ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ଜଣାଯାଇଛି।
1
f600b249-5c54-442c-a949-d6bc81000fab
Next Post