ଅନୁଗୁଳ: ଅନୁଗୁଳ ସହର ଓ ଉପକଣ୍ଠରେ ମାତିଛନ୍ତି ଚୋର। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଦୁର୍ବୃତ୍ତ। ସଦର ଥାନା ଇଲାକା ତଥା ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମରୁ ଚୋରି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଗ୍ରାମର ସୁବଳ ଦେହୁରୀଙ୍କ ଘରେ କଳାକନା ବୁଲାଇଛନ୍ତି। ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଖଲାରୀ ଗ୍ରାମର ସୁଧୀର ଦେହୁରୀ ଜଣେ ଗାଡ଼ି ଚାଳକ। ସେ ତାଳଚେରକୁ ଗାଡ଼ି ଚଳାଇବାକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ବାପ ଘର ନରସିଂହପୁରକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଗତ ଗୁରୁବାର ରାତିରେ ଲୁଟପାଟ୍ କରିଥିଲେ। ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଘରେ ପଶିବା ପରେ ଆଲମିରା ଭାଙ୍ଗି ସେଥିରେ ଥିବା ନଗଦ ୩୦ ହଜାର ଟଙ୍କା, ଗୋଟିଏ ସୁନାଚେନ୍, ଦୁଇଟି ସୁନା ମୁଦି ସହ ବହୁ ମୂଲ୍ୟବାନ ଜିନିଷ ଚୋରି କରି ନେଇଥିଲେ । ୧୭ ତାରିଖ ସକାଳେ ସୁଧୀର ଘରୁ ଚୋରି ହୋଇଥିବା ନେଇ ଖବର ପାଇଥିଲେ। ପରେ ସେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା କ୍ରମେ ପୁଲିସ୍ ଏ ସଂକ୍ରାନ୍ତରେ ମମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି।
ସୁନା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି
- Post published:April 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul