ବନ୍ଧୁକ ଓ ଭୁଜାଲି ଦେଖାଇ ଅଟକାଇଲେ କାର, କାଚ ଭାଙ୍ଗି ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

0

ଅନୁଗୁଳ: ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ଲୁଟ। ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସମେତ ଚେକ୍ ଲୁଟି ନେଇଛନ୍ତି ତିନି ଦୁର୍ବୃତ୍ତ। ଏ ନେଇ ଲୁଟର ଶିକାର ହୋଇଥିବା ବ୍ୟବସାୟୀ ସୋହନ ଲାଲ ମୋଦି ସମଲ ଥାନାରେ ଅଭିଯୋଗ କରିଛନ୍ତି।

ସୋହନ ଲାଲ ମୋଦିଙ୍କ ଅଭିଯୋଗ ମୁତାବକ, ସେ ବ୍ୟବସାୟୀଙ୍କ ଠାରୁ ବକେୟା ପଇସା ଆଦାୟ କରି ଖମାର ଅଞ୍ଚଳରୁ ନିଜ କାର ଯୋଗେ ତାଳଚେରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ବାଇକ୍ ରେ ତିନି ଜଣ ଦୁର୍ବୃତ୍ତ ଆସି ନବୀନ ନଗର ଠାରେ ତାଙ୍କ କାରକୁ ଅଟକାଇଥିଲେ। ସେମାନେ ଭୁଜାଲିରେ କାରର କାଚ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗାଡ଼ିରୁ ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ। ଏ ନେଇ ସୋହନ ଲାଲ ସମଲ ଥାନାରେ ଅଭିଯୋଗ କରିବା ପରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ପୋଲିସର ତିନୋଟି ଟିମ ଘଟଣା ସ୍ଥଳରୁ ତନାଘନା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.

error: Content is protected !!