ଶହୀଦ ସ୍ତମ୍ଭ ନିର୍ମାଣ ପାଇଁ ଜମି ପ୍ରଦାନ ଦାବି

You are currently viewing ଶହୀଦ ସ୍ତମ୍ଭ ନିର୍ମାଣ ପାଇଁ ଜମି ପ୍ରଦାନ ଦାବି

 

ଅନୁଗୁଳ: ଗୁରୁବାର ଅନୁଗୁଳ ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ବ ବିଭାଗ କମିଶନର ତଥା ସମ୍ବଲପୁର ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ ଶହୀଦ ସ୍ମୃତି କମିଟି ପକ୍ଷରୁ ଅନୁଗୁଳ ସହରରେ ଏକ ଶହୀଦ ସ୍ତମ୍ଭ ନିର୍ମାଣ ନିମନ୍ତେ ଜମି ପ୍ରଦାନ ପ୍ରସଙ୍ଗରେ ଏକ ସ୍ମାରକପତ୍ର ଦିଆଯାଇଥିଲା। ଅନୁଗୁଳ ଜିଲ୍ଲାର ଶହୀଦ ମାନଙ୍କ ସମ୍ମାନାର୍ଥେ ଏହି ଶହୀଦ ସ୍ତମ୍ଭ ସ୍ଥାପନା ପାଇଁ କମିଟି ବହୁଦିନରୁ ଦାବୀ ଉପସ୍ଥାପନ କରିଆସିଥିଲା। ତାହା କୌଣସି କାରଣ ବଶତଃ ଏଯାବତ୍ ହୋଇପାରିନାହିଁ । ଜିଲ୍ଲାରେ କାର୍ଗିଲ ସହିତ ସମେତ ୧୫ ଜଣରୁ ଅଧିକ ଶହୀଦ ରହିଥିବା ତଥ୍ୟ କମିଟି ନିକଟରେ ରହିଛି। ଏଣୁ ସହର ଉପକଣ୍ଠରେ ଏକ ଜମି ଶହୀଦ ସ୍ତମ୍ଭ ସ୍ଥାପନା ନିମନ୍ତେ ଜମି ନେଇ ପ୍ରଶାସନିକ ଅନୁମତି ପ୍ରଦାନ କଲେ ଶହୀଦ ତଥା ତାଙ୍କ ପରିବାର ପାଇଁ ଏହା ଉଚିତ୍ ସମ୍ମାନ ହେବ ବୋଲି କମିଟି ଆଶା ପ୍ରକାଶ କରିଛି। ଜମି ପ୍ରଦାନ ସହିତ ଶହୀଦ ସ୍ତମ୍ଭ ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି କମିଟିର ସଦସ୍ୟ ପର୍ଶୁରାମ ଦାଶ,ରୁକେଶ ରୋଶନ ଦାସ,ଗୁରୁ ଚରଣ ଗଡତିଆ,ଜୁଲୁ କୁମାର ସାହୁ, ସରୋଜ ମାଝୀ, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଆରଡିସିଙ୍କୁ ଭେଟି ଦାବୀ ଜଣାଇଥିଲେ।

Share

Leave a Reply