ସୁପର ବଜାର ପାଇଁ ଜମି ଖୋଜା ଚାଲିଛି

You are currently viewing ସୁପର ବଜାର ପାଇଁ ଜମି ଖୋଜା ଚାଲିଛି

ଅନୁଗୁଳ: ଗୋଟିଏ ଛାତ ତଳେ ତେଜରାତି ଦୋକାନଠାରୁ ଲେଡିଜ୍‌କର୍ଣ୍ଣର, କ୍ରୀଡ଼ା ଉପକରଣ ଠାରୁ କୁଣ୍ତା ଦୋକାନ। ମିଠା ଦୋକାନ, ଫଳ ଦୋକାନ, ଓମ୍‌ଫେଡ୍‌ ପାର୍ଲର, ଏଟିଏମ୍‌ ସବୁ କିଛି ଥିବ। ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ବି ବ୍ୟବସ୍ଥା ଥିବ। ଯଥେଷ୍ଟ ଗାଡ଼ି ପାର୍କି˚ ପାଇଁ ଜାଗା ଅଭାବ ନଥିବ। ଯେପରିକି ଗ୍ରାହକମାନେ ବିନା ବାଧାରେ ସପି˚ କରିପାରିବେ। ଅନୁଗୁଳରେ ଏପରି ସୁପର ବଜାର ପାଇଁ ସର୍ବନିମ୍ନ ୨ ଏକର ଜାଗା ଆବଶ୍ୟକ। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ପୌରପାଳିକା ପକ୍ଷରୁ ଏଥିନେଇ ଜମି ଖୋଜା ଚାଲିଛି। ଯଦି ଜମି ମିଳେ ତେବେ ଅନୁଗୁଳ ସହରବାସୀଙ୍କ ଅନ୍ୟ ଏକ ସ୍ବପ୍ନ ପୂରଣ ହୋଇପାରିବ। ସହରର ଲୋକସ˚ଖ୍ୟା ଯେଭଳି ବୃଦ୍ଧି ପାଉଛି ନ୍ୟୁ ଡେଲି ମାର୍କେଟ୍‌ ତାର ଆବଶ୍ୟକତା ପୂରଣ କରିପାରୁନି।

 

Share

Leave a Reply