ରାସ୍ତା ସଫାକରା ଯାନର ଶୁଭାରମ୍ଭ

You are currently viewing ରାସ୍ତା ସଫାକରା ଯାନର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ପୌର ପ୍ରଶାସନ ତରଫରୁ ସୋମବାର କାର୍ଯ୍ୟାଳୟ ପରିସରରେ ଏକ ରାସ୍ତା ସଫାକରା ଯାନର ଶୁଭାରମ୍ଭ କରାଯାଇଛି। ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ପତାକା ଦେଖାଇ ଏହି ଯାନର ଶୁଭାରମ୍ଭ କରିଥିଲେ। ଅନୁଗୁଳ ଭଳି ଜନ ଗହଳି ପୂର୍ଣ ସହରରେ ରାସ୍ତାଘାଟକୁ କମ ସମୟରେ ସଫାରଖିବା ପାଇଁ ଏହି ଯନ୍ତ୍ର ଚାଳିତ ରାସ୍ତା ସଫାକରା ଯାନ ଉପାଦେୟ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଅନୁପମା ସାହୁ, କାଉନସିଲର ସୁକାନ୍ତି ଦାସ, ନିରଞ୍ଜନ କର, ସରିତା ମିଶ୍ର, ଭାଗିରଥି ଦେହୁରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ଅନ୍ୟ କାଉଁସିଲର ଓ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ।

Share

Leave a Reply