ଅନୁଗୁଳ: ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବହୁ ପ୍ରତୀକ୍ଷିତ ବାଳିକା ସଶକ୍ତିକରଣ ଅଭିଯାନ ୨୦୨୫ ଆରମ୍ଭ ହୋଇଛି।
ସ୍ଥାନୀୟ ୪ଟି ପଞ୍ଚାୟତର ୮ ଟି ସରକାରୀ ବିଦ୍ୟାଳୟରୁ ୪୦ ଜଣ ବାଳିକାଙ୍କୁ ଏହି ଶିବିରରେ ୪ ସପ୍ତାହର ବିଭିନ୍ନ କାର୍ଯ୍ୟକ୍ରମ ଓ ଶିକ୍ଷା ଲାଭ କରିବେ। ଏନଟିପିସିର ଆଞ୍ଚଳିକ କାର୍ଯକାରୀ ନିର୍ଦ୍ଦେଶକ ଅରିନ୍ଦମ ସିହ୍ନା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବସୁଧା ମହିଳା ମଣ୍ଡଳର ସଭାନେତ୍ରୀ, ସାଗରିକା ମହିଳା କ୍ଲବର ପ୍ରେସିଡେଣ୍ଟ ପରିଚାଳନା କରିଥିଲେ। ସ୍ଥାନୀୟ ସ୍କୁଲର ଶିକ୍ଷକ ଓ ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମସ୍ତଙ୍କ ମନ ମୋହିଥିଲେ। ପ୍ରକାଶ ଯେ ଗତ ୫ ବର୍ଷ ଧରି ଏନଟିପିସି ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛି।