ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର ଆୟୋଜିତ

You are currently viewing ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ରିମିଟ ମହାବିଦ୍ୟାଳୟ ପଞ୍ଚ ମହଲାଠାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ, ଡାଃ ସୁଜାତା ଦାସ, ଯୋଗେଶ୍ଵର ବେହେରା, ମମତା ରାଣୀ ମହାପାତ୍ର, ସତ୍ୟ ନାରାୟଣ ସିଂହ ସାମନ୍ତ ଓ ରିମିଟ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତଙ୍କ ପ୍ରାଥମିକ ଚିକିତ୍ସା, କ୍ଷତି ପୂରଣ ରାଶି ସମ୍ପର୍କରେ ସୂଚନା ଦେଇଥିଲେ। ଜରୁରୀ ଚିକିତ୍ସା ଦୂରଭାଷ (୧୦୮) ଓ ପୋଲିସ ବିଭାଗର ଜରୁରୀ ଦୂରଭାଷ ନମ୍ବର (୧୧୨) ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କାର୍ଯ୍ୟାଳୟ ନମ୍ବର ୦୬୭୬୪/୨୩୦୧୧୨ ମନେ ରଖି ଜନ ସଚେତନତା ବାର୍ତ୍ତା ପ୍ରତି ଘରେ ଘରେ ପହଞ୍ଚାଇବା ନିମନ୍ତେ ଅନୁରୋଧ କରିଥିଲେ।

ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜ ଅଧ୍ୟକ୍ଷ ଅଭୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Share

Leave a Reply