ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

You are currently viewing ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ : ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ପନ୍ଦରଭରଣିଆ-ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ନନ୍ଦିରା ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନାରେ ପ୍ରାୟ ୫୧୮.୮୨ ଲକ୍ଷ ବ୍ୟୟ ଅଟକଳରେ ଏହି ବିଜୁ ସେତୁ ନିର୍ମାଣ ହେବାକୁ ଯାଉଛି। ଏହି ବିଜୁ ସେତୁ ଦ୍ବାରା ୩ଟି ନିର୍ବାଚନ ମଣ୍ଡଳୀର ଲୋକ ମାନେ ଉପକୃତ ହୋଇପାରିବେ।
ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ବଅଁରପାଳ ବ୍ଳକ ଅଧ୍ୟକ୍ଷ ବିଜୟ କୁମାର ନାଥ, ୨୭ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ସ୍ଥାନୀୟ ସରପଞ୍ଚ ଝିଲ୍ଲୀ ବେହେରା, ମଙ୍ଗଳପୁର ସରପଞ୍ଚ, ବିଭାଗୀୟ ଯନ୍ତ୍ରୀ, ଗ୍ରାମ ସଭାପତି, ପୂର୍ବତନ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply