ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗିରାଙ୍ଗ ପଞ୍ଚାୟତ ଠାରେ ୫୯.୧୨ ଲକ୍ଷ ବିଶିଷ୍ଟ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି କାର୍ଯ୍ୟାଳୟଟି ନିର୍ମାଣ ହୋଇଛି। ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ୨୮ନଂ ଜୋନ ପର୍ଯ୍ୟବେକ୍ଷକ ସୁବାସ ଚନ୍ଦ୍ର ପଟ୍ଟନାୟକ, ଗିରାଙ୍ଗ ସରପଞ୍ଚ, ସମିତି ସଭ୍ୟା, କୁଲାଡ଼ ପଞ୍ଚାୟତର ସମିତି ସଭ୍ୟା, ଆରଡି ବିଭାଗର ଯନ୍ତ୍ରୀ, ଗିରାଙ୍ଗ ପଞ୍ଚାୟତ ବିଜେଡି ସଭାପତି କାଳୀଚରଣ କର, ବଅଁରପାଳ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ସୁଷେନ ଗଡ଼ନାୟକ, କୁଲାଡ଼ ପଞ୍ଚାୟତର ବିଜେଡି ସଭାପତି ଶେଷଦେବବ ଦେହୁରୀ, ଭାରତ ଚନ୍ଦ୍ର ମାଝୀ, ଗ୍ରାମ ସଭାପତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗିରାଙ୍ଗ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି
- Post published:February 18, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul