ବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

You are currently viewing ବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବନ୍ତଳା ଡିଗ୍ରୀ କଲେଜ ଠାରେ ନୂତନ ଶ୍ରେଣୀଗୃହର ଭୂମିପୂଜନ କରିବା ସହିତ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନ୍ତଳା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ସମାଜସେବୀ ନିରଞ୍ଜନ ଦେହୁରୀ, ବନ୍ତଳା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ପଦ୍ମଚରଣ ସାହୁ, ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ କେଶବ ସାହୁ ମଧ୍ୟ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି କ୍ରୀଡା ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବନ୍ତଳା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Share

Leave a Reply