ବଦଳିବ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ: ବନ୍ଦେ ଭାରତ ଏକ୍ସପ୍ରେସ ସହ ରାଜ୍ୟରେ ୮୦୦୦ କୋଟିର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

You are currently viewing ବଦଳିବ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ: ବନ୍ଦେ ଭାରତ ଏକ୍ସପ୍ରେସ ସହ ରାଜ୍ୟରେ ୮୦୦୦ କୋଟିର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅନୁଗୁଳ: ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ପୁରୀଠାରେ ଏହାର ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ପୁରୀରୁ ହାୱଡ଼ାକୁ ଏହି ଟ୍ରେନ ଗଡ଼ିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଆଠ ହଜାର କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି।
ଅନୁଗୁଳ ଜିଲ୍ଲାରେ ୨୪୪୧ କୋଟି ଟଙ୍କା ବ୍ୟୟରେ ଅନୁଗୁଳ ସୁକିନ୍ଦା ୧୦୪ କିମିର ନୂତନ ରେଳ ଲାଇନର ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଯାଇଛି।

ସେହିପରି ପୁରୀ, କଟକ ସମେତ ରାଜ୍ୟର ୫୭ ଟି ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ସହ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ତିନୋଟି ଷ୍ଟେସନ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ ମଧ୍ୟ ବଦଳିବ ବୋଲି କୁହାଯାଇଛି।

ଏହି ଅବସରରେ ଅନୁଗୁଳ ଓ ତାଳଚେର ରେଲୱେ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ଷ୍ଟେସନରେ ରେଲୱେ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ରେଳ ବିଭାଗ ସିନିଅର ଡ଼ି ଇ ଇ (ଟି ଆରଏସ ) ସତବୀର ସିଂ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରଭାତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ତାଳଚେର ଷ୍ଟେସନରେ ରେଲୱେ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଡାଇରେକ୍ଟର କାଳନ୍ଦି ସାମଲ

ଯୋଗଦେଇଥିଲେ। ତାଳଚେର ମେଡିକାଲ କଲେଜ ପାଇଁ ୧୫୦୦ କୋଟି, ସାର କାରଖାନା ପାଇଁ ୧୩୫୦୦ କୋଟି, ଥର୍ମାଲ ପ୍ଲାଣ୍ଟ ପାଇଁ ୧୦୫୦୦ କୋଟି, ଦୁଇଟି ସେଣ୍ଟ୍ରାଲ ସ୍କୁଲ, ଜାତୀୟ ରାଜପଥର ବିକାଶ ପାଇଁ ହଜାର ହଜାର କୋଟିର ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ଖଦି ବୋର୍ଡର ନିର୍ଦ୍ଦେଶକ ଅଶୋକ ମହାନ୍ତି, ରେଲୱେର ଏ ଆର ଏମ ପବନ କୁମାର ବିଶ୍ୱକର୍ମା, ଡିଏମଓ ଭି କିରଣ ରେଡି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply