ଅନୁଗୁଳ: ଫେବୃୟାରୀ ୮ ତାରିଖରେ ସଂସଦରେ ୫୫ନଂ ଜାତୀୟ ରାଜପଥ ନିର୍ମାଣ ନେଇ ପ୍ରସଙ୍ଗ ଉଠାଇଛନ୍ତି ଢେ଼ଙ୍କାନାଳ ସାଂସଦ ମହେଶ ସାହୁ। ଶ୍ରୀ ସାହୁ କହିଥିଲେ ୫୫ନଂ ଜାତୀୟ ରାଜପଥ ଉତ୍ତର ଓ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ଏହି ରାଜପଥ ସଂଯୋଗ କରୁଛି। ଏହି ରାଜପଥକୁ ଓଡ଼ିଶାର ଅନ୍ୟତମ ଭଗ୍ୟରେଖା ବୋଲିଁ କୁହା ଯାଉଚି।ଜାତୀୟ ରାଜପଥ ପ୍ରାଧିକରଣ ଏହି ରାଜପଥର ପ୍ରଶସ୍ତିକରଣ ନେଇ ଗତ କିଛି ବର୍ଷ ହେଲା ଉଦ୍ୟମ ହୋଇଥିଲେ ମଧ୍ୟ କାମ ସରୁ ନାହିଁ। ସଂସଦୀୟ ଦଳର ନେତା ଭର୍ତୃହରି ମହତାବଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀ ଗଡକରିଙ୍କୁ ଭେଟି ଏଥିନେଇ ଅନେକ ଆଲୋଚନା କରାଗଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାସ୍ତା ନଷ୍ଟ ହୋଇଯାଇଥିବା ହେତୁ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନ ଗଲାଣି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସାରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି।
୫୫ନଂ ଜାତୀୟ ରାଜପଥ ନିର୍ମାଣ ନେଇ କେନ୍ଦ୍ର ଯତ୍ନବାନ ହେଉ: ସାଂସଦ ମହେଶ
- Post published:February 8, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul