ବଇଣ୍ଡା କଲେଜ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗକୁ ବିଧାୟକଙ୍କ ଚିଠି

You are currently viewing ବଇଣ୍ଡା କଲେଜ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗକୁ ବିଧାୟକଙ୍କ ଚିଠି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥ ଉପରେ ବଇଣ୍ଡା କଲେଜ ନିକଟରେ ଏକ ଫୁଟ ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗ ସମ୍ବଲପୁର (ଡିଜିଏମ)କୁ ଚିଠି ଲେଖିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ।
ବିଧାୟକ ତାଙ୍କ ଚିଠିରେ କହିଛନ୍ତି, ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଜନତା ମହାବିଦ୍ୟାଳୟ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ହୋଇଛି। ଏଠାରେ ୪ ଲେନ ରାସ୍ତା ନିର୍ମାଣ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ରାସ୍ତା ପାର ହେବାକୁ ବ୍ୟାପକ ଅସୁବିଧା ହେଉଛି। ରାସ୍ତାରେ ଜାତୀୟ ରାଜପଥ ପକ୍ଷରୁ ବାଡ଼ ନିର୍ମାଣ କରାଯାଉଛି। ଏହି ବାଡ଼ ହେଲେ ଛାତ୍ରଛାତ୍ରୀ କଲେଜରୁ ଉଭୟ ରାସ୍ତାକୁ ଯିବା ଆସିବା ପାଇଁ ଅସୁବିଧା ଭୋଗିବେ। ତେଣୁ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ବଇଣ୍ଡା କଲେଜ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ ସହ ଉଭୟ ପାର୍ଶ୍ଵରେ ସର୍ଭିସ ରାସ୍ତା ନିର୍ମାଣ ପାଇଁ ବିଧାୟକ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଏ ନେଇ ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ଚିଠି ନମ୍ବର ୮୦୪/ ୧୮/୧୨/୨୦୨୪ ରେ ପୂର୍ବରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଥିଲା।

Share

Leave a Reply